ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିଲେ ମଧ୍ୟ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ସେହିଭଳି କିଛି ଘଟଣା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଆଉ ଯାହାକୁ ଆପଣ ମାନେ ମଧ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଆପଣ ମାନେ ଦେଖିବାକୁ ପାଉଥିବେ କି ଲୋକ ମାନେ ଆମିଷ କୁ ଖାଇବାକୁ ପସନ୍ଦ କରିଥାନ୍ତି ସେହିଠାରେ ଦେଖିବାକୁ ମିଳିଛି କି ଗାଁ ଟି ସାରା ଲୋକ ଖାଇଥାନ୍ତି ନିରାମିଷ | ଆଉ କୁହାଯାଉଛି କି ଆମିଷ ଖାଇଲେ କୁଆଡେ ସାପ ଆସିକି ଦଂସନ କରିବ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ଏଠାରେ ଦେଖୁବାକୁ ମିଳିଛି କି ଗାଁ ରେ ଲୋକ ମାନେ ମାନୁଛନ୍ତି ବାପା ଆଉ ଅଜା କାଳର କଥା କୁ ଆଉ ସେମାନଙ୍କର କଥା କୁ ମାନିକି ଆଜି ଯାଏ ମଧ୍ୟ ଗାଁ ରେ ପୁରାଉ ନାହାନ୍ତି ଆମିଷ | ଆଉ ପିଲାଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ନିରାମିଷ ଖାଉଛନ୍ତି | ଆଉ ତାହା ଛଡା ସେହି ଗାଁ ରେ ରହୁଥିବା ବିଲେଇ ଆଉ କୁକୁର ମଧ୍ୟ ଆମିଷ ଖାଇବାକୁ ଖୋଜନ୍ତି ନାହିଁ କି ଆମିଷ ପାଖକୁ ଯାଆନ୍ତି ନାହିଁ ବୋଲି ଦେଖିବାକୁ ମିଳିଛି | ଆଉ ଏହି କଥା ଟି ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରେଇଛି |
ତେବେ ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବେଷ୍ଠ ଶାଳିଆ ଗ୍ରାମରେ | ଆଉ ଯେଉଁ ଗାଁ ରେ ପ୍ରାୟ 60 ରୁ ଅଧିକ ପରିବାର ବାସ କରନ୍ତି |ଆଉ ଯେଉଁଠି କୁହାଯାଉଛି କି ଏହି ଗାଁ ଭୁବନ ସାହି ସବୁ ସ୍ଥାନ ମାନଙ୍କ ଠୁ ନିଆରା ବୋଲି କୁହାଯାଏ |ଆଉ ଏହି ପାରିବର ରେ ରହିଥିବା ସମସ୍ତେ ଗୋଟିଏ ଧର୍ମ ର, ଆଉ ଗୋପାଳ ବୌଷ୍ଣବ ଧର୍ମ ର ଲୋକ ମାନେ ମଧ୍ୟ ସେହି ଗାଁ ରେ ବାସ କରନ୍ତି ବୋଲି କୁହାଯାଇଛି |ତେବେ ଖାଲି ଆମିଷ ସହିତ ପିଆଜ ରସୁଣ ମଧ୍ୟ ଖାଇ ନ ଥାଆନ୍ତି ସେମାନେ | ଆଉ ତାହା ବ୍ୟତୀତ ସେହି ଗାଁ ର ସ୍କୁଲ କୁ ଆସୁଥିବା ଅଣ୍ଡା କୁ ମଧ୍ୟ ସେମାନେ ବିକ୍ରି କରିକି ଫଳ ଆଣିକି ପିଲାମାନଙ୍କୁ ଖାଇବାକୁ ଦେଇଥାନ୍ତି |
ତେବେ ସେମାନଙ୍କର ମନ ରେ ଗୋଟିଏ ଭୟ ରହିଛି କି ଯଦି ସେହି ଗାଁ ରେ ଆମିଷ ହେବ ତାହେଲେ ସୁନା ରାଧା କୃଷ୍ଣ ଠାକୁର ଅଶନ୍ତୁଷ୍ଟ ହେବେ | ଆଉ ଯାହାକୁହାଯାଉଛି କି ସେହି ଗାଁ ରେ ଥିବା ବର ଗଛ ରୁ ଗୋଖର ଆସି ସେମାନଙ୍କୁ ଦଂସନ କରିବ ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।