ବନ୍ଧୁଗଣ ମୁଁ ଆଜି ଆପଣଙ୍କୁ ହିନ୍ଦୁ ଘରର କିଛି ବ୍ରତ ଉଷା କଥା କହିବି ଆମେ ପ୍ରାୟ ବରମାସରେ ତେର ଉଷା କରିଥାଉ |ପରିବାର ମଙ୍ଗଳ ପାଇଁ ଆମେ ଅନେକ ପୂଜାପାଠ ଇତ୍ୟାଦି କରିଥାଉ, ମୁଁ ଆଜି ଆପଣ ହିନ୍ଦୁଶାସ୍ତ୍ର ଅନୁସାରେ ପାଞ୍ଚ ଗୋଟି ବିଷୟ ସମ୍ୱନ୍ଧରେ କହିବି |ଆସନ୍ତୁ ଜାଣିବା ଏହି ଗୋଡ଼ିକ କଣ, କଣ କଲେ ଆମକୁ କି ଫଳ ମିଳିଥାଏ |
ପ୍ରଥମେତଃ ନାରୀମାନେ କଉ ବ୍ରତକଲେ କି ଫଳ ପ୍ରାପ୍ତ ହୁଅନ୍ତି :-
ନାରୀମାନେ ସାବିତ୍ରୀବ୍ରତ କଲେ ସ୍ୱାମୀ ଦୀର୍ଘାୟୁ ହୁଅନ୍ତି, ବୁଧେଇଉଷା କଲେ ପୁତ୍ର ପ୍ରାପ୍ତି ହେବା ସହ ରୋଗ ନାଶ ହୋଇଥାଏ|ଷଷ୍ଠିଉଷା କଲେ ସନ୍ତାନଙ୍କ ଦୀର୍ଘଜୀବନ ଓ ରୋଗ ଆରୋଗ୍ୟ ହୁଏ |ଅନନ୍ତଉଷା କଲେ ସର୍ବ ସୁଖ ମିଳିଥାଏ, ନାଗଚତୁର୍ଥୀ ବ୍ରତ କଲେ ପିଲାମାନଙ୍କର ଆଖି କାନ ଆରୋଗ୍ୟ ରହେ |କାଞ୍ଜିଅଁଳା ବ୍ରତ ଓ ପଣ୍ଡୁଉଷା କଲେ ସନ୍ତାନମାନଙ୍କର ମଙ୍ଗଳ ହୋଇଥାଏ,ଦଣ୍ଡପହଁରା ବ୍ରତକଲେ ସନ୍ତାନ ପ୍ରାପ୍ତି ହୋଇଥାଏ |ନାରୀମାନେ ସୁଦାଶ ବ୍ରତକଲେ ସର୍ବ ସୌଭାଗ୍ୟ ପ୍ରାପ୍ତ ହୋଇଥାନ୍ତି |
ଦ୍ୱିତୀୟତଃ -ଶୁଭକାର୍ଯ୍ୟରେ ସ୍ୱସ୍ତିକ ବ୍ୟବହାର କଲେ କଣ ହୋଇଥାଏ :-
ସ୍ୱସ୍ତିକ ହେଉଛି ପବିତ୍ରତାର ପ୍ରତୀକ, ଏହାର ଚାରି ବାହୁ ବିଷ୍ଣୁଙ୍କ ଚାରିଅସ୍ତ୍ର ଏହା ଚତୁଃର୍ଦିଗକୁ ଶୁଭ ସଂକେତ ଦେଇଥାଏ |ଏହା ଲଷ୍ମୀନାରାୟଣଙ୍କ ପ୍ରତୀକ ଅଟେ,ଏଣୁ କୌଣସି ଶୁଭକାର୍ଯ୍ୟରେ ସ୍ୱସ୍ତିକ ଚିହ୍ନ ଦେଲେ ସକଳ ପବିତ୍ରତା ହେବା ସହ ସକଳ ଵିଧି ମଙ୍ଗଳ ହୋଇଥାଏ ଏବଂ ମା ଲଷ୍ମୀଙ୍କର ଶୁଭ ଦୃଷ୍ଟି ପଡିଥାଏ |
ତୃତୀୟ -ମୃତ ବ୍ୟକ୍ତିର ଅସ୍ତିକୁ ଗଙ୍ଗାରେ ପକାଇଲେ କଣ ହୁଏ:-
ଏହାଦ୍ୱାରା ମୃତ ବ୍ୟକ୍ତିର ଆତ୍ମ ଶାନ୍ତି ପାଇବା ସହ ସର୍ଗପ୍ରାପ୍ତି ହୋଇଥାଏ |ଏବଂ ଆତ୍ମାକୁ ମୁଖା ପ୍ରାପ୍ତି ହୋଇଥାଏ |
ଚତୁର୍ଥ-ପୂଜା ସମୟରେ ଶଙ୍ଖ ବଜାଇଲେ କଣ ହୁଏ :-
ଶଙ୍ଖ ଏକ ପବିତ୍ର ବାସ୍ତୁ, ଶଙ୍ଖ ଧ୍ୱନିରେ ଔଷଧୀୟ ଗୁଣ ରହିଛି |ପୂଜା ସମୟରେ ଶଙ୍ଖ ବଜାଇ ଦେବଦେବୀ ମନକୁ ଆହ୍ୱାନ କରାଯାଏ,ଏହା ଦ୍ଵାରା ସର୍ବ ସୁଖ ହୋଇଥାଏ |ଯେଉଁ ବ୍ୟକ୍ତି ପ୍ରତିଦିନ ଶଙ୍ଖ ବଜାଏ ସେ କେବେବି ଶ୍ୱାସ କାଶ କଫ ଆଦିରେ ପୀଡିତ ହୁଅନ୍ତି ନାହିଁ |ଏହି ଧ୍ଵନି ସର୍ବ ଶୁଭ ପ୍ରଦାୟକ ତେଣୁ ମଙ୍ଗଳିକା କାର୍ଯ୍ୟ ଓ ପୂଜା ସମୟରେ ଶଙ୍ଖ ବାଜଯାଏ |
ପଞ୍ଚମ -ବ୍ରତ ଓ ଉପବାସ କଲେ କଣ ହୁଏ :-
ବ୍ରତ ଓ ଉପବାସ କଲେ ମନରେ ନିଷ୍ଠା ଓ ଏକାଗ୍ରତା ବଢିଥାଏ,ଏହା ଦ୍ଵାରା ଶରୀର ହାଲୁକା ଲାଗିବା ସହ ମେଡ଼ାବାହୁଳତା କମିଯାଏ |ପାକସ୍ଥଳୀ ପରିଷ୍କାର ହେବା ସହ ପାଚକ ଯନ୍ତ୍ର କ୍ରିୟାଶୀଳ ହୋଇଥାଏ ଓ ଆଳସ୍ୟ ଦୂର ହୋଇଥାଏ |ବ୍ରତ ଓ ଉଷା କରିବା ଦ୍ଵାରା ମନରେ ଆଧ୍ୟାତ୍ମିକତା ଜାଗ୍ରତ ହୋଇଥାଏ,ମନ ଭାଗବତ ପାଦ ପଦ୍ମରେ ସମର୍ପିତ ହୋଇ ଯାଇଥାଏ |ମହାମୃତ୍ୟଞ୍ଜୟ ମନ୍ତ୍ର ଜପକଲେ ସର୍ବ ସୁଖ ହୁଏ,ଶରୀର ଆରୋଗ୍ୟ ରହେ, ସକଳ କାର୍ଯ୍ୟରେ ସୁଫଳ ମିଳିଥାଏ |ଏହି ମନ୍ତ୍ର ଆପଣ ସକଳ ସନ୍ଧ୍ୟା ରେ ଜପକଲେ ଆପଣ ସୁଖ ଶାନ୍ତିରେ ଜୀବନ ଅତିବାହିତ କରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।