ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଥିବେ ଯେ ମା ଠାରୁ ବଡ ଏହି ଦୁନିଆରେ କେହି ନାହାନ୍ତି |ସେ ନିଜେ ଭୋକିଲା ରହି ପିଲାମାନଙ୍କ ପେଟ ପୁରାଏ, ନିଜେ ଦୁନିଆର ସବୁ କଷ୍ଟକୁ ସହି ପିଲାମାନଙ୍କୁ ବଡ କରିଥାଏ |ସେଥିପାଇଁ ତ ମାଙ୍କୁ ସର୍ବ ସହଣୀ ବୋଲି କୁହାଯାଏ |ଯୁଗେ ଯୁଗେ ମାର ମମତା ଓ ସ୍ନେହ ସହ କାହାର ବି ତୁଳନା ନାହିଁ |ସେ କେବେବି ନିଜ ପିଲାମାନଙ୍କୁ ଅଣଆଦର କରେ ନାହିଁ ସତ ହେଲେ ବୃଦ୍ଧ ହେଲେ ତାର ପିଲାମାନେ ଯେ ତାକୁ ଅନାଦର କରିବେ ସେଥିପ୍ରତି ସେ କେବେ ଧ୍ୟ୍ୟନ ଦିଏନାହିଁ |ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ପ୍ରତିଦିନ ଦେଖୁଥିବେ ହେଲେ ମୁଁ ଆଜି ଆପଣକୁ ଯଉ ଘଟଣା ବିଷୟରେ କହିବି ତାହା ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ ନିଶ୍ଚିତ |ଜଣେ ବୃଦ୍ଧ ମାକୁ ରଖିବା ପାଇଁ ପୁଅମାନଙ୍କ ଭିତରେ ହଣା କଟା ହୋଇଛି, ଆସନ୍ତୁ ଜାଣିବା ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ |
ଏହି ଘଟଣାଟି ଦୁଃଖଦ ଯେ ଏହି ବୃଦ୍ଧ ମାଙ୍କୁ ଦେଖିଲେ ଆପଣ ବୁଝିଯିବେ |ଏହି ଘଟଣାଟି ଘଟିଛି ବାଣପୁର ଥାନା ପଂକାଳ ଗାଁରେ ଘଟିଛି, ଏହି ବୃଦ୍ଧ ମାର ଚାରି ପୁଅ ଥିଲେ |ସେମାନେ ଏହି ବୃଦ୍ଧ ମାର ଭରଣ ପୋଷଣ ପାଳିକରି କରୁଥିଲେ |ଏହି ବୁଢ଼ୀମାର ଗୋଡ ଭାଙ୍ଗିଯିବାରୁ ଉଭୟ ବଡ଼ ଦୁଇପୁଅ ଓ ସାନ ପୁଅ ମିଶି ବୁଢ଼ୀର ଗୋଡ଼ହାତ ଧରି ସାନମାଝିଅ ପୁଅ ସୁବାଷର ଘର ଚଟାଣ ଉପରେ ପକେଇ ଦେଇ ଆସିଲେ, ଏହିଥିରୁ ଆରମ୍ଭ ହେଲା କଳହ |ସ୍ଥିତି ଏମିତି ହେଲା ଯେ ଭାଇ ଭାଇ ଭିତରେ ହଣା କଟା ହୋଇ ମୃତ୍ୟୁ ବରଣ ମଧ୍ୟ କଲେ |
ଭାଇମାନଙ୍କ ଭିତରେ ଜମିବାଡ଼ି ଓ ମାର ଭରଣ ପୋଷଣକୁ ନେଇ ବିବାଦ ଚାଲିଲା |ଏହି ଝଗଡା ସମୟରେ ସୁବାଷ ରାଉତରାୟ ର ସ୍ତ୍ରୀକୁ ବଡ ଦୁଇଭାଇ ଓ ଦିଅର ମିଶି ପୂର୍ବରୁ ପ୍ରସ୍ତୁତ କରିରଖିଥିବା ଧାରୁଆ ଅସ୍ତ୍ର ଦ୍ଵାରା ହତ୍ୟା କରିଥିଲେ |ଏହି ଦୃଶ୍ୟ ଏତେ ବିଭତ୍ସ ଯେ ଯାହା ଆପଣଙ୍କୁ ଦେଖିବା ସମ୍ଭବ ନୁହଁ |ଖବର ପାଇ ବାଣପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଦାଣ୍ଡରେ ପଡ଼ିଥିବା ଶବକୁ ଜବଦ କରି ଘଟଣାର ତଦନ୍ତ କରିଛି |ଅଭିଯୁକ୍ତ ବଂଶୀଧର ରାଉତରାୟ, ମାଧବ ଓ ଲଷ୍ମୀଧର ଏ ପ୍ରଯ୍ୟନ୍ତ ଫେରାର ଅଛନ୍ତି |
ଦେଖୁଛନ୍ତି ତ ଦର୍ଶକ ବନ୍ଧୁ ମା ଚାରି ପୁଅ ଜନ୍ମ କଲାପରେ ମଧ୍ୟ୍ୟ କିପରି ମଲା ଶବ ପରି ଦିନ କାଟୁଛି, ଏହି ବୟସରେ ସେ କେତେ ରକ୍ତପାତ ଦେଖୁଛି |କଣ ଭୁଲଥିଲା ତାର କଣ ପୁଅ ଜନ୍ମ କରିବା ତାର ଭୁଲ, ଚାରି ପୁଅ ରହିମଧ୍ୟ ସେ କେତେ ଦୟନୀୟ ହୋଇ ଚଟଣାରେ ପଢିଛି |ଛିଣ୍ଡା କତରା ଲୁଗା ପିନ୍ଧିଛି ସେ, ତାକୁ ଦେଖିଲେ ଆପଣକୁ ମଧ୍ୟ୍ୟ କଷ୍ଟ ଲାଗିବା, ଆପଣଙ୍କ ଆଖିରୁ ମଧ୍ୟ ଦୁଇଧାର ଲୁହ ଝରି ଆସିବ |ଏହି ଘଟଣାଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାର ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।