ହଠାତ ଆକାଶରୁ ହେଲା କୁକୁଡ଼ା ବର୍ଷା… ଭିଡ଼ିଓ ଦେଖିଲେ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ସୋସିଆଲ ମିଡ଼ିଆରେ ଅନେକ ଭିଡିଓ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ, ହେଲେ ମୁଁ ଆଜି ଆପଣଙ୍କୁ ଏମିତି ଘଟଣା ବିଷୟରେ କହିବି ଯାହା କି ଆପଣ ଆଗରୁ କେବେ ଶୁଣିନଥିବେ |ଆପଣ ଆଗରୁ ଆକାଶରୁ ବର୍ଷା କିମ୍ବା କୁହୁଡି ବର୍ଷା ହେବାର ଶୁଣିଥିବେ ନିଶ୍ଚିତ ହେଲେ ଆକାଶରୁ କୁକୁଡ଼ା ବର୍ଷା ହେବାର ଶୁଣିଛନ୍ତି କି, ମୁଁ ଆଜି ଆପଣକୁ ଆକାଶରୁ କୁକୁଡ଼ା ବର୍ଷା ହେବାର କଥା କହିବି |ଆସନ୍ତୁ ଏହି ଘଟଣାର ସତ୍ୟା ସତ୍ୟ ବିଷୟରେ ଜାଣିବା |

ଆଜିର ମଣିଷ ମାନେ ବହୁତ ସ୍ୱାର୍ଥ ପର ଅଟନ୍ତି, ସେମାନେ ପ୍ରଥମେ ନିଜ ସ୍ୱାର୍ଥକୁ ଦେଖନ୍ତି ପାରେ ଅନ୍ୟ କଥା |ଆଜିର ମଣିଷ ସମାଜ ମାଗଣା ପାଇଲେ ପିଚୁ ମଧ୍ୟ୍ୟ ଗିଳି ଯାନ୍ତି |ଯେ କୌଣସି ଦୁର୍ଘଟଣା ହେଉ ପ୍ରଥମେ ନିଜେ କେମିତି ଭଲରେ ରହିବେ ପରେ ଅନ୍ୟ କଥା ଚିନ୍ତା କରିବେ, ଏହି ପରି ଏକ ଘଟଣା ଘଟିଛି କେଉଁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ବସନ୍ତ ପୁର ନିକଟରେ |ବ୍ରହ୍ମଣୀ ପାଳରୁ ନରଣପୁର ଯିବା ରାସ୍ତାରେ ବସନ୍ତପୁର ଠାରେ ଆଜି ସକାଳ ଏକ କୁକୁଡ଼ା ବୁଝେଇ ପିକଅପ ଦୁର୍ଘଟଣା ଗସ୍ତ ହୋଇଥିଲା |ଏହି ଗାଡ଼ିରେ ଥିବା ଡ୍ରାଇଭର ଗୁରୁତର ଆହତ ହୋଇଥିଲା ଏବଂ ତାଙ୍କ ସ୍ଥାନୀୟ ହସ୍ପିଟାଲକୁ ସାନନ୍ତରିତ କରାଯାଇ ଥିଲା ଏବଂ ଦୁର୍ଘଟଣାରେ ଭାଙ୍ଗିରୁଜି ଯାଇଥିବା ପିକଅପ ଟି ସେହି ସ୍ଥାନରେ ଛିଡା ହୋଇଥିଲା |ପିକଅପ ଟି କୁଆଡେ ବି ଯାଇ ପାରୁନଥିଲା |କିନ୍ତୁ ଏହି ପିକଅପରେ କୁକୁଡ଼ା ଫୁଲହୋଇ ଲୋଡ଼ କରାଯାଇଥିଲା |

ଏହି ସମୟରେ ପିକଅପ ରେ ଫୁଲ ଥିବା କୁକୁଡ଼ା ଗାଡି ଉପରେ ଜଣେ ଯୁବକ ଚଢି ଯାଇ ଗାଡ଼ିରେ ଥିବା ସବୁ କୁକୁଡ଼ା ଗୋଟି ଗୋଟି କରି ତଳକୁ ଫିଙ୍ଗିବାକୁ ଲାଗିଲା |ଏହି ସମୟରେ ଏହି ଗାଡି ଚାରିପଟେ ସ୍ଥାନୀୟ ଲୋକଙ୍କ ଭିଡ ଜମିଗଲା, ସେମାନେ ତଳେ ରହି ଗୋଟେ ଗୋଟେ କୁକୁଡ଼ା କେଚ ଧରିବାରେ ଲାଗିଲେ |କୁକୁଡ଼ାକୁ ଯୁବକ ଜଣଙ୍କ ଏପରି ଫିଙ୍ଗୁଥିଲେ ଯେପରି ଆକାଶରୁ କୁକୁଡ଼ା ବର୍ଷା ହେଉଛି |ଏହି ପରି କରି ଗାଡ଼ିରେ ଥିବା ସମସ୍ତ କୁକୁଡ଼ା ସରିଗଲା, ଏହି ଦୁର୍ଘଟଣା ରେ ଡ୍ରାଇଭର ଜଣଙ୍କ କଣ ହେଲା ନହେଲା ନବୁଝି,ସ୍ଥାନୀୟ ଲୋକେ କେବଳ କୁକୁଡ଼ା ଗୋଟେ କେମିତି ମାଗଣା ରେ ହାତରେ ପଡ଼ିଯିବ ଆଉ ତାହାକୁ ଧରି ଘରକୁ ନେଇ ଟିକେ ଚିକେନ ଝୋଳ କରିଦେଲେ ଭାତ ଗଣ୍ଡେ ଶାନ୍ତିରେ ଖାଇଦିଅନ୍ତେ ବୋଲି ଭାବୁଥିଲେ |

ହଁ ବନ୍ଧୁଗଣ କଥାରେ ଅଛି ପରା ଲୋକେ ମାଗଣା ପାଇଲେ ପିଚୁ ମଧ୍ୟ୍ୟ ଖାଇଯାନ୍ତି ସେହିପରେ ଏହି ଘଟଣା ସ୍ଥଳରେ ଦେଖିବାକୁ ମିଳୁଛି |ଏହି ଘଟଣାଟି ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment